Follow us

Search
Close this search box.
Search
Close this search box.

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ! ଆଉ ରହିଲାନି ବିକଳ୍ପ, ଜେଲ୍ ଗଲେ ବିଜୁ ସ୍ୱାଭିମାନ ମଞ୍ଚର ଆବାହକ ଭାସ୍କର ରାଓ!

ରାୟଗଡ଼ା(09/11/26): ୧୬ ବର୍ଷର ନ୍ୟାୟିକ ଲଢ଼େଇରେ ଆସିଲା ନୂଆ ମୋଡ଼। ବହୁଚର୍ଚ୍ଚିତ ଭାଗୀରଥୀ ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଶେଷରେ ଆତ୍ମସମର୍ପଣ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ସ୍ୱାଭିମାନ ମଞ୍ଚର ଆବାହକ ଏନ୍‌. ଭାସ୍କର ରାଓ। ସୋମବାର ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ ପରେ ତାଙ୍କୁ ରାୟଗଡ଼ା ଉପକାରାଗାରକୁ ପଠାଯାଇଛି।

ଏହି ମାମଲାରେ ମୃତକଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୬ ଅକ୍ଟୋବର ୨୦୨୬ରେ ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ ସଞ୍ଜୀବ ସଚଦେବଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ଆଦେଶର ସମ୍ପୃକ୍ତ ଅଂଶକୁ ରଦ୍ଦ କରି ଅଭିଯୁକ୍ତମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ନଭେମ୍ବର ୬ରେ ଓଡ଼ିଶା ହାଇକୋର୍ଟ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ନଭେମ୍ବର ୯ ସୁଦ୍ଧା ଆତ୍ମସମର୍ପଣ ବ୍ୟତୀତ ଅଭିଯୁକ୍ତମାନଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ।

୧୬ ବର୍ଷର ଦୀର୍ଘ ଅପେକ୍ଷା, ଆଇନଗତ ଲଢ଼େଇ ଓ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଭାସ୍କର ରାଓଙ୍କ ଆତ୍ମସମର୍ପଣ ଘଟଣା ରାୟଗଡ଼ାରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଏହା କେବଳ ଆତ୍ମସମର୍ପଣରେ ସୀମିତ ନରହୁ ମାମଲାର ଶୀଘ୍ର ବିଚାର ହୋଇ ପୀଡ଼ିତ ଆଦିବାସୀ ପରିବାରକୁ କେବେ ନ୍ୟାୟ ମିଳିବ, ଏବେ ସମସ୍ତଙ୍କ ନଜର ସେହି ନ୍ୟାୟିକ ପ୍ରକ୍ରିୟା ଉପରେ।

Share this content:

Post Comment