Follow us

Search
Close this search box.
Search
Close this search box.

ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା ଉତ୍ସବ, ନ୍ୟୁ କଲୋନୀ, ରାୟଗଡ଼ 31ତମ ବର୍ଷର ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥପାନ l

ରାୟଗଡା (ତା – 23/09/2026 ରିଖ)
ଆଜି ରାୟଗଡ଼ାର ନ୍ୟୁ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟିର 31ତମ ବର୍ଷର ପୂଜା ଆୟୋଜନ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ, ନ୍ୟୁ କଲୋନୀ ସ୍ଥିତ ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ପୂଜାରେ ଲୁଲୁ ସାମନ୍ତରାୟ କର୍ତ୍ତା ରୂପେ ପୂଜା କାର୍ଯ୍ୟ କରିଥିଲେ ଓ ପୂଜାରୀ ପ୍ରବୀର ମହାରାଜ ପୂଜାର୍ଚନା କରିଥିଲେ I

ଆସନ୍ତା ମାସ ଇଂରାଜୀ ତାରିଖ 25/10/2026 ଅପରାହ୍ନ ପୂର୍ଣ୍ଣିମା ତିଥିରେ ଜଳଭିଶେଖ ଓ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀଙ୍କର ଅବାହନର ସହ ପୂଜାକାର୍ଯ୍ୟ ଆରମ୍ଭ ହୋଇ ଆଗାମି 12ଦିନା ପର୍ଯ୍ୟନ୍ତ ନିତ୍ୟା ପୂଜା ଅର୍ଚ୍ଚନ ହେବ I
ମାଁଙ୍କର ସମସ୍ତ ପୂଜା ସହ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ଆଡମ୍ବରର ସହ ପୂଜା ଓ ଉତ୍ସବ ପାଳନ କରିବାର ପ୍ରସ୍ତବ ରହିଅଛି I ଏହି ପୂଜା କୁ ସୂଚାରୁ ରୂପେ ପରିଚାଳନା କରିବା ନିମନ୍ତେ ପୂଜା କମିଟି ରାୟଗଡ଼ ଜିଲ୍ଲା ପ୍ରଶାସନ, ପୋଲିସ, ପୌରସଂସ୍ଥା, ମିଡିଆ ବନ୍ଧୁ ଓ ସମସ୍ତ ରାୟଗଡ଼ ବାସୀଙ୍କ ସହୋଯାଗ କାମନା କରିଛନ୍ତି I ଏହି ଶୁଭ କାର୍ଯ୍ୟକ୍ରମ ରେ ସଭାପତି ସନ୍ତୋଷ କୁମାର ପାତ୍ର, ସମ୍ପାଦକ ଏନ୍. ତ୍ରିନାଥ ରାଓ, ଉପଦେଷ୍ଟା ସବ୍ୟସାଚୀ ସାହୁ, ରାମ ପ୍ରସାଦ ପାତ୍ର, ଉପ ସଭାପତି ବିନୋଦ ସାହୁ, କୋଷାଧ୍ୟକ୍ଷ ଦିଲୀପ ସାହୁ, ସାଙ୍ଗଠନିକ ସମ୍ପାଦକ ସନ୍ତୋଷ କୁମାର ବ୍ରହ୍ମା, ପୂଜାସମ୍ପାଦକ ‌‌ଲକ୍ଷ୍ମୀ କାନ୍ତ ଦାଶ ଓ ସୁରେଶ ଚନ୍ଦ୍ର ସାମନ୍ତରାୟ, ତଥା ଅନ୍ୟାନ୍ୟ ସଦସ୍ୟ ମନୋଜ ସାହୁ, ଜଗନ୍ନାଥ ସାହୁ, ବାଲାଜୀ ପାଢୀ, ଅଶୋକ ସାହୁ, ଶିବ ନାୟକ, ଅଶୋକ ପଣ୍ଡା, ଗାଙ୍ଗା ପ୍ରସାଦ, ଶୁଭେନ୍ଦୁ ମହାପାତ୍ର, ମୋହନ ରାଓ, କିଶୋର ସାହୁ ପ୍ରମୁଖ ସହ ଅନେକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ I

Share this content:

Post Comment