Follow us

Search
Close this search box.
Search
Close this search box.

ରାଷ୍ଟ୍ରୀୟ ଏକତା ଦିବସ ପାଇଁ ଏକତା ନଗର ଅଭିମୁଖେ ୧୬୦ ପ୍ରତିନିଧି, ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡ଼ା(dt-28/10/26): ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ଗୁଜରାଟର ଏକତା ନଗର ଅଭିମୁଖେ ଯାତ୍ରା କରିଛନ୍ତି ଓଡ଼ିଶାର ୧୬୦ ଜଣ ପ୍ରତିନିଧି। ରାୟଗଡ଼ା ରେଳ ଷ୍ଟେସନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସବୁଜ ପତାକା ଦେଖାଇ ସ୍ୱତନ୍ତ୍ର ଟ୍ରେନ୍‌ ଯାତ୍ରାର ଶୁଭାରମ୍ଭ କରିଥିଲେ।

ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ୫୦ ଜଣ ଲେଖାଏଁ ପ୍ରତିନିଧି ଏବଂ ୧୦ ଜଣ ନୋଡାଲ୍‌ ଅଧିକାରୀ ଏହି ଦଳରେ ସାମିଲ ହୋଇଛନ୍ତି। ଅକ୍ଟୋବର ୩୦ ଓ ୩୧ ତାରିଖରେ ଏକତା ନଗରରେ ଆୟୋଜିତ ଉତ୍ସବରେ ସେମାନେ ଯୋଗଦେବେ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି ଉତ୍ସବ ଜାତୀୟ ଏକତା, ଅଖଣ୍ଡତା ଓ ଭାଇଚାରାର ବାର୍ତ୍ତାକୁ ଆହୁରି ସୁଦୃଢ଼ କରିବ। ଏହି ଅବସରରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ |

Share this content:

Post Comment