ରାୟଗଡ଼ା ପୋଲିସ ପକ୍ଷରୁ ୬୭ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ
ରାୟଗଡ଼ା(21/10/26): ରାୟଗଡ଼ା ପୋଲିସ ପକ୍ଷରୁ ୬୭ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଛି। ଦେଶର ସୁରକ୍ଷା, ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା କରିବା ସମୟରେ ନିଜ ଜୀବନକୁ ବଳିଦାନ ଦେଇଥିବା ବୀର ପୋଲିସ କର୍ମଚାରୀଙ୍କ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ସହିଦ ସ୍ମାରକରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସହିଦ ପୋଲିସ କର୍ମଚାରୀଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ପୋଲିସ ବାହିନୀ ପକ୍ଷରୁ ପରେଡ୍ ଆୟୋଜନ କରାଯିବା ସହ ଦେଶ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ସହିଦମାନଙ୍କ ତ୍ୟାଗ, ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ସ୍ମରଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ସହିଦ ପୋଲିସ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ସମ୍ମାନ ଜଣାଯାଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଜନସାଧାରଣଙ୍କ ସେବାରେ ପୋଲିସ କର୍ମଚାରୀଙ୍କ ବଳିଦାନ ଅତୁଳନୀୟ। ସେମାନଙ୍କର ଏହି ତ୍ୟାଗ ଆଗାମୀ ପିଢ଼ି ପାଇଁ ପ୍ରେରଣା ହୋଇ ରହିବ। ବୀର ପୋଲିସ ସହିଦଙ୍କୁ ଶତ ଶତ ନମନ।
Share this content:



Post Comment