Follow us

Search
Close this search box.
Search
Close this search box.

ବ୍ରହ୍ମପୁର ପରେ ଭୁବନେଶ୍ୱରରେ ଆକ୍ସନ୍ ! ଏତଲାର ୨୪ ଘଣ୍ଟା ମଧ୍ୟରେ ଏନକାଉଣ୍ଟର

ନୟାପଲ୍ଲୀ ବନ୍ଧୁକ ଦେଖାଇ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଚନ୍ଦକାରେ ପୋଲିସ ଗୁଳିରେ ଆହତ ଅଭିଯୁକ୍ତ। ପାର୍ବଣ ପୂର୍ବରୁ ଭୁବନେଶ୍ୱର ପୋଲିସର ଜୋରଦାର ଆକ୍ସନ୍ |

ଭୁବନେଶ୍ୱରର : (ଦୁର୍ଗା ମହଲା ) ନୟାପଲ୍ଲୀ ଅଞ୍ଚଳରେ ମହିଳାଙ୍କୁ ଅସ୍ତ୍ର ଦେଖାଇ ଦୁଷ୍କର୍ମ ଅଭିଯୋଗ ଘଟଣା ପରେ ଆରମ୍ଭ ହୋଇଥିବା ମାରାଥନ୍ ଅପରେସନ୍‌ର ଶେଷ ହୋଇଛି ଚନ୍ଦକାରେ | ଘଟଣାର ତଦନ୍ତ କରୁଥିବା ପୋଲିସ ଟିମ୍ ଅଭିଯୁକ୍ତ ସନ୍ତୋଷ ଓରଫ ଶ୍ରୀଧର ପଣ୍ଡାଙ୍କୁ ଧରିବାକୁ ଯାଇଥିବା ବେଳେ ତାଙ୍କ ପକ୍ଷରୁ ଆକ୍ରମଣ ହୋଇଥିବା ପୋଲିସ କହିଛି | ପରେ ପୋଲିସର ପାଲଟା ଗୁଳିରେ ସେ ଗୋଡ଼ରେ ଆହତ ହୋଇଥିଲେ |

ପୋଲିସ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩୦ ତାରିଖ ରାତିରେ ନୟାପଲ୍ଲୀର ଏକ ଭଡ଼ା ଘରେ ଜଣେ ମହିଳା ଏକା ଥିବା ସମୟରେ ଜଣେ ମୁଖାପିନ୍ଧା ବ୍ୟକ୍ତି ଘରେ ପ୍ରବେଶ କରିଥିଲେ | ଅସ୍ତ୍ର ଦେଖାଇ ଧମକ ଦେବା ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା | ପ୍ରାଥମିକ ତଦନ୍ତରେ ପୋଲିସ ଜଣାଇଛି ଯେ ଦେଖାଯାଇଥିବା ଅସ୍ତ୍ରଟି ପ୍ରକୃତ ବନ୍ଧୁକ ନୁହେଁ, ବନ୍ଧୁକ ଆକୃତିର ଏକ ଲାଇଟର ଥିଲା |

ଘଟଣା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ତଦନ୍ତକୁ ଜୋରଦାର କରିଥିଲା | ସହରର ବିଭିନ୍ନ ରାସ୍ତାର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା ପୋଲିସ ଅନୁସାରେ ୩୦୦ରୁ ଅଧିକ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କ ଗତିବିଧି ଟ୍ରାକ୍ କରାଯାଇଥିଲା |

ପୋଲିସ କହିଛି, ଅଭିଯୁକ୍ତ ଚୋରି ଉଦ୍ଦେଶ୍ୟରେ ଘରକୁ ପ୍ରବେଶ କରିଥିବା ତଦନ୍ତରୁ ସୂଚନା ମିଳିଛି | ଘଟଣା ପରେ ସେ ବସ୍ ଓ ଅନ୍ୟ ଯାନବାହନରେ ଯାଇଥିବା ଏବଂ ପରେ ଏକ ବାଇକ୍ ନେଇ ପଳାଇଥିବା ପୋଲିସ ତଦନ୍ତରେ ସାମ୍ନାକୁ ଆସିଛି | ଏହି ସମସ୍ତ ଗତିବିଧି ସିସିଟିଭି ଆଧାରରେ ଯାଞ୍ଚ କରାଯାଇଥିଲା |

ଶେଷରେ ଚନ୍ଦକା ଅଞ୍ଚଳରେ ପୋଲିସ ଟିମ୍ ତାଙ୍କୁ ଧରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଜଣେ ପୋଲିସ ଅଧିକାରୀଙ୍କୁ ମାରଣା ଅସ୍ତ୍ର ରେ ଆକ୍ରମଣ କରିଥିବା ପୋଲିସର ପକ୍ଷରୁ ସୂଚନା | ଏହାପରେ ଆତ୍ମରକ୍ଷା ପାଇଁ ପୋଲିସ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ଏବଂ ଗୁଳି ତାଙ୍କ ଗୋଡ଼ରେ ବାଜିଥିବା କୁହାଯାଇଛି | ପରେ ତାଙ୍କୁ କାବୁ କରି ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା |

କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ , ଶ୍ରୀଧର ପଣ୍ଡାଙ୍କ ନାମରେ ପୂର୍ବରୁ ମଧ୍ୟ ସମ୍ପତ୍ତି ଓ ଚୋରି ସମ୍ପର୍କିତ ମାମଲା ରହିଛି | ୨୦୨୩ରେ ଖଣ୍ଡଗିରି ଓ ତମାଣ୍ଡୋ ଥାନାରେ ତାଙ୍କ ବିରୋଧରେ ମାମଲା ଥିବା ପୋଲିସ କହିଛି | ଏବେ ଏହି ଘଟଣାରେ ଆଇନଗତ ପ୍ରକ୍ରିୟା ଆଗକୁ ବଢ଼ିବ | ତଦନ୍ତର ଅନ୍ୟାନ୍ୟ ଦିଗ, ଫରେନସିକ୍ ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ମାମଲାର ପରବର୍ତ୍ତୀ ଚିତ୍ର ସ୍ପଷ୍ଟ ହେବ |

Share this content:

Post Comment