Follow us

Search
Close this search box.
Search
Close this search box.

ରାୟଗଡ଼ାରୁ ଅଯୋଧ୍ୟା-ବାରାଣସୀ ଅଭିମୁଖେ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ରାୟଗଡ଼ା:01/10/26

ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରାର ସୁଯୋଗ। ରାୟଗଡ଼ା ରେଳ ଷ୍ଟେସନରୁ ୭୭୫ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ବିଶେଷ ତୀର୍ଥଯାତ୍ରା ଟ୍ରେନ୍‌ ଯାତ୍ରା କରିଛି।

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଆୟୋଜିତ ଏହି ଯାତ୍ରାରେ ରାୟଗଡ଼ା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବରିଷ୍ଠ ନାଗରିକ ସାମିଲ ହୋଇଛନ୍ତି। ଯାତ୍ରୀମାନେ ଅଯୋଧ୍ୟାରେ ରାମ ମନ୍ଦିର ସମେତ ବିଭିନ୍ନ ଧାର୍ମିକ ସ୍ଥଳୀ ଏବଂ ବାରାଣସୀର ପ୍ରମୁଖ ତୀର୍ଥସ୍ଥାନ ପରିଦର୍ଶନ କରିବେ।

ଯାତ୍ରା ସମୟରେ ବରିଷ୍ଠ ନାଗରିକଙ୍କ ସୁବିଧା ଓ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ସହିତ ଏସ୍କର୍ଟ ଓ ସହଯୋଗୀ ଦଳ ରହିଛନ୍ତି। ତୀର୍ଥଯାତ୍ରାକୁ ନେଇ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ଆର୍ଥିକ ଭାବେ ଅସୁବିଧାରେ ଥିବା ଯୋଗ୍ୟ ବରିଷ୍ଠ ନାଗରିକମାନେ ଦେଶର ପ୍ରମୁଖ ତୀର୍ଥସ୍ଥଳୀ ପରିଦର୍ଶନର ସୁଯୋଗ ପାଇଥାନ୍ତି।

Share this content:

Post Comment