Follow us

Search
Close this search box.
Search
Close this search box.

ବାଇକ୍ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର, ମହିଳା ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ |

Dt-01/10/26

କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥ-୨୬ର ମୋଟେର ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ବାଲି ବୋଝେଇ ଟ୍ରାକ୍ଟର ବାଇକ୍‌ରେ ଯାଉଥିବା ସ୍ୱାମୀ-ସ୍ତ୍ରୀଙ୍କୁ ସାମ୍ନାପଟୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି।

ଧକ୍କା ପରେ ମହିଳା ଜଣକ ରାସ୍ତାରେ ପଡ଼ିଯିବାରୁ ଟ୍ରାକ୍ଟରଟି ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଛି।

ମୃତକ ମହିଳା ହେଲେ ମୋଟେର ପଞ୍ଚାୟତ ବାଟିଗୁଡ଼ା ଗ୍ରାମର ନରେନ୍ଦ୍ର ନାଗଙ୍କ ସ୍ତ୍ରୀ ଦେବନ୍ତି ନାଗ। ସୂଚନା ଅନୁସାରେ, ନିଜର ଏକ ବର୍ଷର ଅସୁସ୍ଥ ଶିଶୁକୁ ଡାକ୍ତରଙ୍କୁ ଦେଖାଇବା ପାଇଁ ସ୍ୱାମୀଙ୍କ ସହ ବାଇକ୍‌ରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦାବି କରି ପରିବାର ଓ ସ୍ଥାନୀୟ ଲୋକେ ମୋଟେର ଛକରେ ରାସ୍ତା ଅବରୋଧ କରିଥିଲେ। ଫଳରେ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ଖବର ପାଇ ମୋଟେର ଫାଣ୍ଡି ପୋଲିସ ଓ କୋକସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

Share this content:

Post Comment