Follow us

Search
Close this search box.
Search
Close this search box.

ଇଲେକ୍ଟ୍ରିକ୍ ମୋଟର ପମ୍ପ ଚୋରି ଅଭିଯୋଗରେ ୨ ଗିରଫ | ଚୋରି ମୋଟର ଜବତ କଲା ମ.ରାମପୁର ପୋଲିସ୍

କଳାହାଣ୍ଡି -01/10/26

କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଞ୍ଚଳରେ ଇଲେକ୍ଟ୍ରିକ୍ ମୋଟର ପମ୍ପ ଚୋରି ଘଟଣାରେ ପୋଲିସ୍‌କୁ ସଫଳତା ମିଳିଛି। ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ଇଲେକ୍ଟ୍ରିକ୍ ମୋଟର ପମ୍ପ ଜବତ କରିଛି ପୋଲିସ୍।
ମ.ରାମପୁର ଥାନା ଅଞ୍ଚଳର ସିଂହପୁର ଗ୍ରାମର ବାସିନ୍ଦା ବଂଶ ପୁଟା ତାଙ୍କ ଚାଷ ଜମିରୁ ଏକ ଇଲେକ୍ଟ୍ରିକ୍ ମୋଟର ପମ୍ପ ଚୋରି ହୋଇଥିବା ନେଇ ମ.ରାମପୁର ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ମ.ରାମପୁର ଥାନାରେ କେସ୍ ନମ୍ବର ୨୪୨ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ମିଳିଥିବା ତଥ୍ୟ ଆଧାରରେ ପୋଲିସ୍ ସତ୍ୟ ବିଭାର (୨୦) ଏବଂ ସିଦ୍ଧାର୍ଥ ଆମେର ସେଠ (୨୩)ଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ କନ୍ଧମାଳ ଜିଲ୍ଲା ବେଲଗଡ଼ ଥାନା ଅନ୍ତର୍ଗତ ଲଙ୍କାଗଡ଼ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସ୍ ଚୋରି ହୋଇଥିବା ଇଲେକ୍ଟ୍ରିକ୍ ମୋଟର ପମ୍ପକୁ ମଧ୍ୟ ଜବତ କରିଛି।
ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Share this content:

Post Comment