Follow us

Search
Close this search box.
Search
Close this search box.

ଦେଓପୁର ଗ୍ରାମ ଗାୟତ୍ରୀ ମହାଯଜ୍ଞରେ ସାମିଲ ହେଲେ ସମାଜସେବୀ ସଙ୍ଗୀତା ହିକକା |

ରାୟଗଡ଼, ୨୩/୧୧: ଧାର୍ମିକ ଆସ୍ଥା, ପରମ୍ପରା ଓ ସାମାଜିକ ଏକତାର ବାର୍ତ୍ତା ନେଇ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ ଅନ୍ତର୍ଗତ ଦେଓପୁର ଗ୍ରାମରେ ଆୟୋଜିତ ହୋଇଯାଇଛି ପଞ୍ଚକୁଣ୍ଡି ଗାୟତ୍ରୀ ମହାଯଜ୍ଞ। ଏହି ପବିତ୍ର ଧାର୍ମିକ ଆୟୋଜନରେ ସମାଜସେବୀ ଶ୍ରୀମତୀ ସଙ୍ଗୀତା ହିକକା ଯୋଗଦେଇ ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ସହ ଆଧ୍ୟାତ୍ମିକ ପରିବେଶରେ ସାମିଲ ହୋଇଥିଲେ।

କାର୍ତ୍ତିକ ମାସର ସମାପନ ଅବସରରେ ଆୟୋଜିତ ଏହି ମହାଯଜ୍ଞ ପୂର୍ବରୁ ଖେଦାପଡ଼ା ନଦୀରୁ ପବିତ୍ର ଜଳ ସଂଗ୍ରହ କରି ଏକ ଭବ୍ୟ କଳସ ଯାତ୍ରା ବାହାରିଥିଲା। ଗ୍ରାମର ମହିଳା ଓ ଶ୍ରଦ୍ଧାଳୁମାନେ କଳସ ଧାରଣ କରି ପାରମ୍ପରିକ ରୀତିନୀତିରେ ଯଜ୍ଞସ୍ଥଳରେ ପହଞ୍ଚିଥିଲେ।

ଏହି ଅବସରରେ ସମାଜସେବୀ ସଙ୍ଗୀତା ହିକକା ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଗ୍ରାମବାସୀ ଓ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ସହ ସମୟ ବିତାଇଥିଲେ। ତାଙ୍କ ସହ ପୂର୍ବତନ ସରପଞ୍ଚ ପାନ ହିକକା, ଇଲାମା ହିକକା, ସେବତୀ ପୁଲାକାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

ପରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ପୂଜାବିଧି ମଧ୍ୟରେ ପଞ୍ଚକୁଣ୍ଡି ଗାୟତ୍ରୀ ମହାଯଜ୍ଞ ଆରମ୍ଭ ହୋଇଥିଲା। ପୁରୋହିତ ଦିନବନ୍ଧୁ ହିକକା, ଆଶିଷ ସାରାକା, ମଣି କାଡ୍ରାକା ଓ ଗୋପାଳ ମାଝୀ ବୈଦିକ ରୀତିନୀତି ଅନୁଯାୟୀ ଯଜ୍ଞ ଓ ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ।

ସୁରେଶ ହିକକା, ଶିବ ହିକକା, ନିଳକଣ୍ଠ ମେଲେକା, ମାନସା ନିଶିକା, ଡାଳସିଂ ନିଶିକା, ସୁନ୍ଦରରାଓ କାଡ୍ରାକା, ରବିନ୍ଦ୍ର ହିକକା, ରାମାସିଂ ନିଶିକାଙ୍କ ସମେତ ବହୁ ଶ୍ରଦ୍ଧାଳୁ ଏହି ମହାଯଜ୍ଞରେ ଯୋଗଦେଇଥିଲେ।

ଗ୍ରାମବାସୀଙ୍କ ସାମୂହିକ ସହଯୋଗରେ ମହାଯଜ୍ଞ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏଭଳି ଧାର୍ମିକ ଆୟୋଜନ କେବଳ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିନଥାଏ, ବରଂ ଗ୍ରାମବାସୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ ସାମାଜିକ ସଦ୍‌ଭାବନାକୁ ମଧ୍ୟ ସୁଦୃଢ଼ କରିଥାଏ।

Share this content:

Post Comment