Follow us

Search
Close this search box.
Search
Close this search box.

ରାୟଗଡାରେ ଧୁମଧାମରେ ଆମ୍ବେଦକର ଜୟନ୍ତୀ ଓ ଓଡ଼ିଆ ନବବର୍ଷ ପାଳନ, ଯୁବବର୍ଗଙ୍କ ପକ୍ଷରୁ ପଣା ସର୍ବତ ଓ ତରଭୁଜ ବଣ୍ଟନ

ଡଃ. ବି. ଆର୍. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଅବସରରେ ରାୟଗଡା ଜିଲ୍ଲାରେ ଧୁମଧାମରେ ଉତ୍ସବ ପାଳିତ ହୋଇଛି। ସକାଳୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ମୃତିସଭା, ପୁଷ୍ପାଞ୍ଜଳି ଓ ସାମାଜିକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ଛକ ଓ ସାର୍ବଜନିକ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଗରମ ତାପମାତ୍ରାକୁ ଦୃଷ୍ଟିରେ ରଖି ସାଧାରଣ ଲୋକମାନଙ୍କୁ ଶିତଳ ପାନୀୟ ପ୍ରଦାନ କରାଯାଇଥିଲା, ଯାହା ଲୋକମାନଙ୍କ ମଧ୍ୟରେ ବହୁତ ସ୍ୱାଗତ ଯୋଗାଇଥିଲା।
ସେହିପରି ଗୌତମ ନଗର ଦ୍ୱିତୀୟ ଲାଇନରେ ରାୟଗଡାର ଯୁବବର୍ଗଙ୍କ ପକ୍ଷରୁ ଏକ ବିଶେଷ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ଲୋକମାନଙ୍କୁ ପଣା ସର୍ବତ ସହ ତରଭୁଜ ବଣ୍ଟନ କରାଯାଇଥିଲା। ଯାତ୍ରୀ, ଚାଳକ ଓ ସାଧାରଣ ପଥଚାରୀମାନେ ଏହାର ଲାଭ ଉଠାଇଥିଲେ।
ଯୁବବର୍ଗଙ୍କ ଏହି ପଦକ୍ଷେପ କେବଳ ଉତ୍ସବ ପାଳନରେ ସୀମିତ ନ ରହି ସମାଜ ସେବାର ଏକ ଉତ୍ତମ ଉଦାହରଣ ରୂପେ ପ୍ରକାଶ ପାଇଛି। ସ୍ଥାନୀୟ ଲୋକମାନେ ଏହାକୁ ପ୍ରଶଂସା କରିଥିବା ସହ ଏପରି କାର୍ଯ୍ୟକ୍ରମ ଭବିଷ୍ୟତରେ ମଧ୍ୟ ଜାରି ରଖିବାକୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମଟି ଯୁବ ସମାଜସେବୀ ସୁବ୍ରତ କୁମାର ପଣ୍ଡା, ରାଜ ରାମେଶ୍ୱର ସାହୁ,ସୁଶୀଲ ଦାସ, ସୁଭଦ୍ରା ରାନୀ ସାହୁ, ସାମ୍ବାଦିକ ରାଜ କୁମାର ଲିମାଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲା |

Share this content:

Post Comment