Follow us

Search
Close this search box.
Search
Close this search box.

କାଲିମେଘିରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ…

ଖଲ୍ଲିକୋଟ.. (ନି. ପ୍ର)

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶତ ବାର୍ଷିକୀ ଉପଲକ୍ଷେ ରବିବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଲିମେଘି କାଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଭିମନ୍ୟୁ ଜେନାଙ୍କ ସଭାପତିତ୍ବରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ  ଆର ଏସ ଏସ କର୍ମୀ ଏବଂ କ୍ରିଷ୍ଣାନନ୍ଦ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ରମାକାନ୍ତ ରଥ, ସାଙ୍କୁଡ଼ା ମହନ୍ତ, ନୀଳକଣ୍ଠ ଦାସ, ନାରାୟଣ ପ୍ରଧାନ,ବ୍ରଜକିଶୋର ପଣ୍ଡା ରତନ ବିଷୋୟୀ ପ୍ରମୁଖ ଯୋଗଦେଇ ଆଦି ଧର୍ମ ଉପରେ ଆଲୋଚନା କରିଥିଲେ।ହିନ୍ଦୁ ଧର୍ମ, ସାମ୍ପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ହିନ୍ଦୁ ସମାଜ ପ୍ରତି ସଚେତନ ରହିବା ସହ  ସନାତନ ଧର୍ମକୁ ସଂଗଠିତ ଏବଂ ସୁଦୃଢ କରିବାର ଆବଶ୍ୟକତା ରହିଛି । ସେହି ଦୃଷ୍ଟିରୁ  ହିନ୍ଦୁ ସମ୍ମିଳନୀ କରାଯାଇ ସଂଗଠିତ କରାଯାଉଛି ସଚେତନ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ କାଲିମେଘି, ସାନ ଉସ୍ତାପଡ଼ା, ବେରୁଆଁବାଡ଼ି, ମଠସରସିଙ୍ଗ  ପଂଚାୟତ ଓ ଆଖପାଖ ଅଂଚଳ ର ଅନେକ ହିନ୍ଦୁ ମହିଳା ଓ ପୁରୁଷ ଙ୍କ ସମେତ ନାମ ସଂକୀର୍ତନ ମଣ୍ଡଳୀ ଗଣ ଗ୍ରାମ ପରିକ୍ରମା କରି ସଭା ସ୍ଥଳରେ ଯୋଗଦେଈ ଥିଲେ।

Share this content:

Post Comment