Follow us

Search
Close this search box.
Search
Close this search box.

ସୁବର୍ଣରେଖା ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

WhatsApp-Image-2026-02-25-at-7.05.27-PM-1024x403 ସୁବର୍ଣରେଖା ମହାବିଦ୍ୟାଳୟରେ  ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

କାଳିପଦା /ବାଲିଆପାଳ ୨୫/୨( ନି ପ୍ର ) ବାଲିଆପାଳ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଅଧ୍ୟକ୍ଷ
ପ୍ରାଧ୍ୟାପକ ଗୈରାଙ୍ଗ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କ ସୁରକ୍ଷା ବିଷୟରେ ନିଜର ମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡଃ ସୁଦର୍ଶନ ରଣା ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଉପରେ ଗୁରୁତ୍ୱ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଇଂରାଜୀ ବିଭାଗର ଅଧ୍ୟାପିକା ଶୁଭସ୍ମିତା ନନ୍ଦ , ପ୍ରାଣି ବିଭାଗ ବିଜ୍ଞାନ ବିଭାଗର ଅଧ୍ୟାପିକା ପୁଷ୍ପା ବିରୋଳି , ଶ୍ରୁଭ୍ରାଂଜଳି ରାଉତ ଓ ରାସାୟନିକ ବିଜ୍ଞାନ ବିଭାଗର ଅଧ୍ୟାପିକା ମେଘମାଳା ପଢିଆରୀ ମଧ୍ୟ ଛାତ୍ରୀ ମାନଙ୍କୁ ସ୍ବାସ୍ଥ୍ୟ, ସୁରକ୍ଷା ଓ ସମାଜରେ ସେମାନଙ୍କ ଭୂମିକା ବିଷୟରେ ଅବଗତ କରାଇଥିଲେ । ମୁଖ୍ୟ ପ୍ରଶିକ୍ଷକ ଲିପ୍ସା ପାଳ ଛାତ୍ରୀ ମାନଙ୍କୁ ବୈବହାରିକ ଆତ୍ମରକ୍ଷା କୌଶଳ ଶିଖାଇଥିଲେ । ଡିଲିଂ ଆସିଷ୍ଟାଣ୍ଟ ବିଶ୍ୱ ନାଥ ସାମଲ ପରିଚାଳନା କରିଥିଲେ । ଶେଷ ପ୍ରବକ୍ତା ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପିକା ପାର୍ବତୀ ମୁର୍ମୁ ଧନ୍ୟବାଦ ଅର୍ପଣ କରି ଥିଲେ ।

Share this content:

Post Comment