Follow us

Search
Close this search box.
Search
Close this search box.

ରମ୍ଭାରେ ବାସବୀ କନ୍ୟକା ପରମେଶ୍ବରୀ ମନ୍ଦିର ପ୍ରତିଷ୍ଠା |

WhatsApp-Image-2026-02-25-at-8.27.05-PM ରମ୍ଭାରେ ବାସବୀ କନ୍ୟକା ପରମେଶ୍ବରୀ ମନ୍ଦିର ପ୍ରତିଷ୍ଠା |

ଖଲ୍ଲିକୋଟ..( ନି. ପ୍ର )

ରମ୍ଭା ଵିଜ୍ଞାପିତ ଅଞ୍ଚଳ ପରିଷଦରେ ଶ୍ରୀ ଶ୍ରୀ ଶ୍ରୀ ବାସବୀ କନ୍ୟକା ପରମେଶ୍ବରୀ (ମହାଲକ୍ଷ୍ମୀ) ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଶିଳ୍ପୀ ଶାସ୍ତ୍ରୀ,ବାସ୍ତୁ ବିଷାରଦ ଓ ମନ୍ଦିର ନିର୍ମାଣ ବିଶେଷଜ୍ଞ ଶ୍ରୀ ଅର୍ଜିଙ୍ଗି ଜଗଦୀଶ୍ବର ରାଓ ପାଲାସାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଞ୍ଚଳିକ କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ଏପରିପ୍ରେକ୍ଷୀରେ ଆଜି ସକାଳ ସାଢେ଼ ଆଠ ଘଣ୍ଟା ସମୟରେ କଳିଙ୍ଗ ବୈଶ୍ୟ ସମାଜର ସହସ୍ରାଧିକ ମହିଳା ହସ୍ତରେ କଳସ ଧରି ମା’ ଗାୟତ୍ରୀ ଶକ୍ତି ପୀଠରେ ମା’ଙ୍କ ଦର୍ଶନ କରିବା ପରେ ବାଲୁଙ୍କେଶ୍ୱର ମନ୍ଦିର ନିକଟସ୍ଥ ପୁଷ୍କରଣୀରୁ ଜଳ ପୁର୍ଣ କଳସ ଧରି ରମ୍ଭା ସହର ପରିକ୍ରମା କରିବା ପରେ ମା’ ମହାଲକ୍ଷ୍ମୀ ମନ୍ଦିର ନିକଟରେ ଥିବା ଯଜ୍ଞ ପୀଠରେ ମା’ ମହାଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ଉପରେ ଜଳ ଅର୍ପଣ କରିଥିଲେ ।ମା’ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ କର୍ତ୍ତା ରୁପେ ଖଲ୍ଲିକୋଟ ଅଞ୍ଚଳ କଳିଙ୍ଗ ବୈଶ୍ୟ ସଂଘର ଉପ ସଭାପତି ଟି. ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି ,ଖଲ୍ଲିକୋଟ ଅଞ୍ଚଳ କଳିଙ୍ଗ ବୈଶ୍ୟ ସଂଘର ସମ୍ପାଦକ ତଥା ଅବସରପ୍ରାପ୍ତ ଅଧ୍ୟାପକ ପି.ପ୍ରସାଦ ରାଓ ପୃଷ୍ଟି, କେ.ସୁଶାନ୍ତ କୁମାର ପାତ୍ର, କେ.ପ୍ରଦୀପ କୁମାର ପାତ୍ର, ଟି.ରାଜେନ୍ଦ୍ର କୁମାର ସେନାପତି,ଟି.ଅର୍ଜୁନ ସୁବୁଦ୍ଧି,ଦୁର୍ଗା ପ୍ରସାଦ ରାଓ ,ପି.ସଞ୍ଜୟ ପୃଷ୍ଟି ,ଭି.ସୁର୍ଯ୍ୟ ନାରାୟଣ,ଭି.ଶୈଳଜା,ଟି.ଶେଷଦେଵ ପାତ୍ର ଯୋଗ ଦେଇଥିଲେ ।ଆନ୍ଧ୍ରପ୍ରଦେଶ ରାଜ୍ୟର ପିଠାପୁରମ ବିଦ୍ୱାନ ବୈଦିକ ପଣ୍ଡିତମାନଙ୍କ ଦ୍ୱାରା ସମ୍ପୂର୍ଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ପ୍ରତିଷ୍ଠା ମହୋତ୍ସବରେ କଳସ ଯାତ୍ରା ସମେତ ଅଗ୍ନି ସଂସ୍ଥାପନ(ହୋମ),କ୍ଷୀରାଧିବାସ,ମଣ୍ଡପ ପୂଜା, ଚତୁର୍ବେଦ ସ୍ୱସ୍ତି ଓ ମଙ୍ଗଳ ଆରତୀ ସନ୍ଧ୍ୟା ସମୟରେ ଧ୍ୟାନାଧିବାସ,ଦେବତା ହୋମ,ଅଙ୍ଗ ସ୍ପର୍ଶ ଓ କାଲା ହୋମ ତୃତୀୟ ଦିନ ଅବସରରେ ଯନ୍ତ୍ର ପ୍ରତିଷ୍ଠାପନ, ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି ।କଳିଙ୍ଗ ବୈଶ୍ୟ ସମାଜର ସମସ୍ତ କାର୍ଯ୍ୟକର୍ତ୍ତା ସମେତ ରମ୍ଭା ଓ ଆଖପାଖ ଇଲାକାର ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ଫଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

Share this content:

Post Comment