Search

ବଞ୍ଚିଥାଉ ଥାଉ ମାରିଦେଲା ମହିଳା ଶିଶୁ ବିକାଶ ବିଭାଗ…

ଖଲ୍ଲିକୋଟ.. (ନି. ପ୍ର)
Date – 12/02/2026

ବଞ୍ଚିଥାଉ ଥାଉ ମାରିଦେଲା ମହିଳା ଶିଶୁ ବିକାଶ ବିଭାଗ। ଯୋଜନାରୁ ବାଦ୍ ଦେବାକୁ ଏଭଳି ରିପୋର୍ଟ ପ୍ରସ୍ତୁତ କରି ଜୀବିତ ମହିଳା କୁଂ ମୃତ ଘୋଷଣା କରିଛି ସରକାରୀ ଦପ୍ତର।
ଆଜ୍ଞା ହଁ, ଟିକେ ଭଲ ଭାବରେ ନଜର ପକାନ୍ତୁ ଏ ଦୃଶ୍ୟ ଉପରେ। ଦୃଶ୍ୟରେ ଆପଣ ଦେଖୁଥିବା ମହିଳା ଜଣକ ସରକାରୀ ରିପୋର୍ଟରେ ମୃତ ବୋଲି ଦର୍ଶାଯାଇଛି। ମହିଳା ଜଣକ ଆପଣଙ୍କ ସାମନାରେ। କଥା କହୁଛନ୍ତି, ଗଣମାଧ୍ୟମ ଆଗରେ ମତ ରଖୁଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ମହିଳାଙ୍କୁ ମୃତ ବୋଲି କେମିତି ଦର୍ଶାଗଲା? କିଏ ଦର୍ଶାଇଲା ଏବଂ କାହିଁକି ଏମିତି ମିଛ ରିପୋର୍ଟ ପ୍ରସ୍ତୁତ କରାଗଲା?
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ ଛଚିନା ପଞ୍ଚାୟତର ମାଗୁରାଣି ଚାଞ୍ଚରା ଗ୍ରାମରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ ।ଏ ମହିଳା ହେଉଛନ୍ତି ମାଗୁରାଣି ଚାଞ୍ଚରା ଗ୍ରାମର ସୁନୀତା ସେଠୀ। ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିବାରୁ ବାରମ୍ବାର ସୁଭଦ୍ରା ଯୋଜନା ପାଇଁ ଆବେଦନ କରୁଛନ୍ତି। ହେଲେ ତାଙ୍କୁ ରିପୋର୍ଟରେ ମୃତ ଦର୍ଶାଇ ଦିଆଯାଇଛି। ବାରମ୍ବାର ବ୍ଲକ ଅଫିସ କୁ ଦୌଡି ଦୌଡି ନିରାଶ ହେଉଛନ୍ତି। ଏପରିକି ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ ମଧ୍ୟ କରିଛନ୍ତି। କୌଣସି ସୁଫଳ ମିଳୁନି।
ତେବେ ଘଟଣା ସଂପର୍କରେ ବେଗୁନିଆପଡ଼ା ବ୍ଳକ ସିଡିପିଓ ନୀଳିମା ଟପୋକୁଂ ଯୋଗାଯୋଗ କରାଯାଇଥିଲା। ଭୂଲ ରିପୋର୍ଟ ପ୍ରସ୍ତୁତ ହୋଇଥିବାରୁ ପୁଣି ସଂଶୋଧନ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ରିପୋର୍ଟ ପ୍ରସ୍ତୁତ କରିଥିବା ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧକାରୀ ଓ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

Share this content:

Post Comment