ରାୟଗଡ଼ା ଉତ୍କଳ ଆଇନ୍ ମହାବିଦ୍ୟାଳୟରେ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ପରିଦର୍ଶନ |
ରାୟଗଡା -ତା -10/02/2026
ରାୟଗଡ଼ା ଜିଲ୍ଲାରେ ଥିବା ଆଇନ୍ ଶିକ୍ଷାନୁଷ୍ଠାନ ଉତ୍କଳ ଆଇନ୍ ମହାବିଦ୍ୟାଳୟକୁ ଆଜି ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମହେନ୍ଦ୍ର ଭୋଇ ପରିଦର୍ଶନ କରିଥିଲେ।
ପରିଦର୍ଶନ ସମୟରେ ସେ ଅନୁଷ୍ଠାନର ଶିକ୍ଷାତ୍ମକ କାର୍ଯ୍ୟକଳାପ, ପ୍ରଶାସନିକ ବ୍ୟବସ୍ଥା ସହ ସମସ୍ତ ଆବଶ୍ୟକ କାଗଜପତ୍ରକୁ ସୂକ୍ଷ୍ମ ଭାବରେ ପରଖିଥିଲେ। ଏହା ସହ ଆଇନ୍ ଛାତ୍ରଛାତ୍ରୀଙ୍କ ସହ ସେ ସିଧାସଳଖ ଆଲୋଚନା କରି ତାଙ୍କର ଶିକ୍ଷାନୁଭବ ବିଷୟରେ ମତାମତ ନେଇଥିଲେ।
ଅନୁଷ୍ଠାନର ଭିତ୍ତିଭୂମି, ପାଠପଢ଼ା ପରିବେଶ ଓ ସୁବିଧାସମୂହକୁ ଦେଖି ଆଞ୍ଚଳିକ ନିର୍ଦ୍ଦେଶକ ସନ୍ତୋଷ ପ୍ରକାଶ କରିବା ସହ ଭବିଷ୍ୟତରେ ଅନୁଷ୍ଠାନର ଅଧିକ ଉନ୍ନତି ପାଇଁ ଆଶା ବ୍ୟକ୍ତ କରିଥିଲେ।
ଏହି ପରିଦର୍ଶନ କାଳୀନ ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅଶୋକ କୁମାର ମିଶ୍ର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥିଲେ।
ଏହି ଅବସରରେ ଶ୍ରୀ ଶିବ ପ୍ରସାଦ ମିଶ୍ର (ଡିନ୍, ଛାତ୍ର ମଙ୍ଗଳ ଓ ପରୀକ୍ଷା ନିୟନ୍ତ୍ରକ), ଶ୍ରୀ ଦୀପକ ଗାଣ୍ଟା (ପ୍ରଶାସକ), ମିସ୍ ମନିଷା ରଣା (ଆକାଉଣ୍ଟାଣ୍ଟ) ସହ ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Share this content:



Post Comment